ସାହସ ହେଉଛି ଭୟର ଅନୁପସ୍ଥିତି ନୁହେଁ ବଂର ଜଣେ ପରମେଶ୍ୱରଙ୍କଠାରେ ବିଶ୍ବାସର ଉପସ୍ଥିତି ଯିଏ କେବେ ତାଙ୍କ ଲୋକମାନଙ୍କୁ ବିଫଳ କରନ୍ତି ନାହିଁ ।
୦୧ - ପରମେଶ୍ୱରଙ୍କ ସହିତ ଦୃଢ଼ ଭାବରେ ଠିଆ ହୁଅନ୍ତୁ ।ଯିହୋଶୂୟ ୧:୯
ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ସଙ୍ଗୀ ହେବେ।
୦୨ - ବିଶ୍ବାସରେ ଦୃଢ଼ ରୁହନ୍ତୁ ।
ତୁମ୍ଭେମାନେ ଜାଗ୍ରତ ରହି ବିଶ୍ଵାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ।
୦୩ - ଆଶାରେ ଧର୍ଯ୍ୟବାନ ରୁହନ୍ତୁ ।
ସଦାପ୍ରଭୁଙ୍କର ଅନୁସରଣ କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।
୦୪ - ଯୁଦ୍ଧରେ ସାହସିକ ହୋଇ ଠିଆ ହୁଅନ୍ତୁ ।
ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଅବା ସେମାନଙ୍କ ସକାଶୁ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ।
୦୫ - ସଂଘର୍ଷରେ ଆଶାବାଦୀ ରୁହନ୍ତୁ ।
ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।
୦୬ - ପ୍ରଭୁଙ୍କଠାରେ ଶକ୍ତିଶାଳୀ ହୋଇ ରୁହନ୍ତୁ ।
ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।
୦୭ - ତାଙ୍କ (ପରମେଶ୍ୱରଙ୍କ) ହାତରେ ସୁରକ୍ଷିତ ଭାବେରେ ଠିଆ ହୁଅନ୍ତୁ ।
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ଵର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ଵରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
ସାହସ ଏକ ଥର ନିଷ୍ପତ୍ତି ନୁହେଁ, ଏହା ପ୍ରଭୁଙ୍କ ପ୍ରତିଜ୍ଞା ଏବଂ ଆମର ଭୟ ଉପରେ ଶକ୍ତି ଉପରେ ଭରସା କରିବା ଏକ ପ୍ରଚି ଦିନର ପସନ୍ଦ । ଯେତେବେଳେ ପରିକ୍ଷା ଆସେ, ଆମେ ଏକା ଠିଆ ହେଉ ନାହୁ _ ଆମେ ପରମେଶ୍ୱରଙ୍କ ସହିତ ଠିଆ ହେଉଛୁ ଯିଏ ଆମକୁ ସୁରକ୍ଷିତ ରଖନ୍ତି ଏବଂ ତାଙ୍କ ସନ୍ତାନମାନଙ୍କୁ କେବେ ପରିତ୍ଯାଗ କରନ୍ତି ନାହିଁ ।
Odia Holy Scriptures
No comments:
Post a Comment