Tuesday, September 30, 2025

ସାହସ ବିଷୟରେ ୭ଟି ବାଇବଲ ପଦ

Odia Holy Scriptures ସାହସ ବିଷୟରେ ୭ଟି ବାଇବଲ ପଦ 
ସାହସ ହେଉଛି ଭୟର ଅନୁପସ୍ଥିତି ନୁହେଁ ବଂର ଜଣେ ପରମେଶ୍ୱରଙ୍କଠାରେ ବିଶ୍ବାସର ଉପସ୍ଥିତି ଯିଏ କେବେ ତାଙ୍କ ଲୋକମାନଙ୍କୁ ବିଫଳ କରନ୍ତି ନାହିଁ । 
୦୧ - ପରମେଶ୍ୱରଙ୍କ ସହିତ ଦୃଢ଼ ଭାବରେ ଠିଆ ହୁଅନ୍ତୁ ।ଯିହୋଶୂୟ ୧:୯
ଆମ୍ଭେ କି ତୁମ୍ଭକୁ ଆଜ୍ଞା ଦେଇ ନାହୁଁ? ବଳବାନ ହୁଅ ଓ ସାହସିକ ହୁଅ; ତ୍ରାସଯୁକ୍ତ ହୁଅ ନାହିଁ, କି ହତାଶ ହୁଅ ନାହିଁ; କାରଣ ତୁମ୍ଭେ ଯେଉଁଆଡ଼େ ଯିବ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭର ସଙ୍ଗୀ ହେବେ।
୦୨ - ବିଶ୍ବାସରେ ଦୃଢ଼ ରୁହନ୍ତୁ ।
ତୁମ୍ଭେମାନେ ଜାଗ୍ରତ ରହି ବିଶ୍ଵାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ।
୦୩ - ଆଶାରେ ଧର୍ଯ୍ୟବାନ ରୁହନ୍ତୁ ।
ସଦାପ୍ରଭୁଙ୍କର ଅନୁସରଣ କର; ବଳବାନ ହୁଅ ଓ ତୁମ୍ଭର ଅନ୍ତଃକରଣ ସାହସିକ ହେଉ; ହଁ, ତୁମ୍ଭେ ସଦାପ୍ରଭୁଙ୍କର ଅନୁସରଣ କର।
୦୪ - ଯୁଦ୍ଧରେ ସାହସିକ ହୋଇ ଠିଆ ହୁଅନ୍ତୁ । 
ବଳବାନ ଓ ସାହସିକ ହୁଅ, ଭୟ କର ନାହିଁ, କିଅବା ସେମାନଙ୍କ ସକାଶୁ ତ୍ରାସଯୁକ୍ତ ହୁଅ ନାହିଁ; କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ଵର, ସେ ଆପେ ତୁମ୍ଭ ସଙ୍ଗେ ଗମନ କରୁଅଛନ୍ତି, ସେ ତୁମ୍ଭ ପ୍ରତି ନିରସ୍ତ ହେବେ ନାହିଁ, କିଅବା ସେ ତୁମ୍ଭକୁ ତ୍ୟାଗ କରିବେ ନାହିଁ।
୦୫ - ସଂଘର୍ଷରେ ଆଶାବାଦୀ ରୁହନ୍ତୁ । 
ହେ ସଦାପ୍ରଭୁଙ୍କଠାରେ ଭରସାକାରୀ ସମସ୍ତେ, ତୁମ୍ଭେମାନେ ବଳବାନ ହୁଅ ଓ ତୁମ୍ଭମାନଙ୍କ ଅନ୍ତଃକରଣ ସାହସିକ ହେଉ।
୦୬ - ପ୍ରଭୁଙ୍କଠାରେ ଶକ୍ତିଶାଳୀ ହୋଇ ରୁହନ୍ତୁ । 
ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ।
୦୭ - ତାଙ୍କ (ପରମେଶ୍ୱରଙ୍କ) ହାତରେ ସୁରକ୍ଷିତ ଭାବେରେ ଠିଆ ହୁଅନ୍ତୁ । 
ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ଵର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ଵରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।
ସାହସ ଏକ ଥର ନିଷ୍ପତ୍ତି ନୁହେଁ, ଏହା ପ୍ରଭୁଙ୍କ ପ୍ରତିଜ୍ଞା ଏବଂ ଆମର ଭୟ ଉପରେ ଶକ୍ତି ଉପରେ ଭରସା କରିବା ଏକ ପ୍ରଚି ଦିନର ପସନ୍ଦ । ଯେତେବେଳେ ପରିକ୍ଷା ଆସେ, ଆମେ ଏକା ଠିଆ ହେଉ  ନାହୁ _ ଆମେ ପରମେଶ୍ୱରଙ୍କ ସହିତ ଠିଆ ହେଉଛୁ ଯିଏ ଆମକୁ ସୁରକ୍ଷିତ ରଖନ୍ତି ଏବଂ ତାଙ୍କ ସନ୍ତାନମାନଙ୍କୁ କେବେ ପରିତ୍ଯାଗ କରନ୍ତି ନାହିଁ । 
Odia Holy Scriptures

ସାହସ ବିଷୟରେ ୭ଟି ବାଇବଲ ପଦ

Odia Holy Scriptures ସାହସ ବିଷୟରେ ୭ଟି ବାଇବଲ ପଦ   ସାହସ ହେଉଛି ଭୟର ଅନୁପସ୍ଥିତି ନୁହେଁ ବଂର ଜଣେ ପରମେଶ୍ୱରଙ୍କଠାରେ ବିଶ୍ବାସର ଉପସ୍ଥିତି ଯିଏ କେ...